ପ୍ରସ୍ତୁତ ହେଲା ରାମ ମନ୍ଦିର ଭୂମି ପୂଜନର ନିମନ୍ତ୍ରଣ ପତ୍ର

ପ୍ରସ୍ତୁତ ହେଲା ରାମ ମନ୍ଦିର ଭୂମି ପୂଜନର ନିମନ୍ତ୍ରଣ ପତ୍ର

ଆସନ୍ତା ଅଗଷ୍ଟ 5ରେ ହେବ ଅଯୋଧ୍ୟାର ରାମ ମନ୍ଦିର ପବିତ୍ର ଭୂମି ପୂଜନ ସମାରୋହ । ଏହାର ନିମନ୍ତ୍ରଣ କାର୍ଡର ଫଟୋ ସାମ୍ମନାକୁ ଆସିଛି । ନିମନ୍ତ୍ରଣ ପତ୍ରଟି ଗାଢ ହଳଦିଆ ରଙ୍ଗର । ଏହାକୁ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ପ୍ରାୟ 200 ନିମନ୍ତ୍ରିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କାର୍ଡ ପଠାଯିବ । ସୂଚନା ଅନୁଯାୟୀ ସମଗ୍ର ଦେଶରୁ 6 ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଶିଳାନ୍ୟାସ କରିବେ । ଏହି ଐତିହାସିକ କାର୍ଯ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ସାଧୁ ସନ୍ଥମାନେ ଯୋଗ ଦେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *