ବସ୍‌କୁ ଧକ୍କା ଦେଲା କାର୍‌; ଜଣେ ମୃତ, ୨ ଆହତ

ବସ୍‌କୁ ଧକ୍କା ଦେଲା କାର୍‌; ଜଣେ ମୃତ, ୨ ଆହତ

ଆଜି ଭୋରରୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ କାର ଦ୍ରୁତ ଗତିରେ ଆସି ଡିଭାଇଡରରେ ପିଟି ହୋଇ ଅନ୍ୟ ପାଶ୍ୱର୍ରେ ଥିବା ଏକ ବସ୍‌କୁ ଧକ୍କା ଦେଇଛି । ତେବେ ଦୁର୍ଘଟଣାରେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଜୟଦେବ ବିହାର ଅଭିମୁଖେ ଏକ କାରଟି ଦ୍ରୁତ ଗତିରେ ଆସି ଚନ୍ଦ୍ରଶେଖରପୁର ଥଆନା ନିକଟ ପେଟ୍ରୋଲ ପମ୍ପ ପାଖରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ପରେ କାରଟି ଅନ୍ୟ ପାଶ୍ୱର୍ରେ ଥିବା ଏକ ବସ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କାର୍ ଚାଳକଙ୍କର ମୃତ୍ୟୁ ଘଟିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଚନ୍ଦ୍ରଶେଖରପୁର ପୋଲିସ କାରକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

author

Related Articles

Leave a Reply

Your email address will not be published. Required fields are marked *