୪ତାଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ;୨ ଜୀବନ୍ତ ଦଗ୍ଧ

୪ତାଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ;୨ ଜୀବନ୍ତ ଦଗ୍ଧ

ଗତକାଲି ରାତିରେ ମୁମ୍ବାଇର ଏକ ୪ ତାଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ରାତି ପ୍ରାୟ ୧୦ଟା ବେଳେ ମୁ୍‌ମ୍ବାଇସ୍ଥିତ ଏକ ୪ ତାଲା ବିଲ୍ଡିଂରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୧୫ଟି ଦମକଳ ଗାଡି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ପ୍ରଶମିତ କରିଥିବା ସୂଚନା ମିଳିଛି । ପରେ ବିଲ୍ଡିଂରେ ଫସି ରହିଥିବା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛ ିା ଉଦ୍ଧାର ହୋଇଥିବା ମୃତକଦ୍ୱୟ ହିରେନ ଶାହ ଏବଂ ନଳୀନି ଶାହ ବୋଲି ଜଣାପଡିଛି । ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *