କିଏ ଗଢ଼ିବ ମିଜୋରାମରେ ସରକାର? ଆଜି ଆସିବ ଫଳାଫଳ

କିଏ ଗଢ଼ିବ ମିଜୋରାମରେ ସରକାର? ଆଜି ଆସିବ ଫଳାଫଳ

ଆଜି ଆସିବ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ୪୦ଟି ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ମାରିବ ବାଜି ତାକୁ ନେଇ ସବୁଠି ଚର୍ଚ୍ଚା । ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ, ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ମଧ୍ୟରେ କଡ଼ା ମୁକାବିଲା ରହିବ। ଅନ୍ୟପଟେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ଏସବୁ ମଧ୍ୟରେ ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର।


ଭୋଟ୍ ଗଣତି ପାଇଁ ୪୦ଟି କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି। ସେହିପରି ୧୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ୨ ହଜାର ମିଜୋରାମ ପୁଲିସ ନିୟୋଜିତ ହୋଇଛନ୍ତି।ପୂର୍ବରୁ ୩ ତାରିଖରେ ଭୋଟ ଗଣତି ପାଇଁ ସ୍ଥିର ହୋଇଥିଲା। ମାତ୍ର ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ଦିବସ ଥିବାରୁ ଏହିଦିନ ଗଣତି ନ କରିବାକୁ ଦାବି ହୋଇଥିଲା। ସମସ୍ତ ରାଜନୈତିକ ଦଳଙ୍କ ଚିଠି ଆଧାରରେ ଭୋଟ ଗଣତି ତାରିଖ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ। ଗତକାଲି ଅନ୍ୟ ୪ଟି ରାଜ୍ୟର ଫଳାଫଳ ପ୍ରକାଶ ପାଇଥିବା ବେଳେ ୩ଟି ରାଜ୍ୟରେ ପଦ୍ମ ଫୁଟାଇବାରେ ବିଜେପି ସଫଳ ହୋଇଛି । ତେବେ ମିଜୋରାମରେ ପୂର୍ବରୁ ଆଞ୍ଚଳିକ ଦଳ ଶାସନ ଥିବାରୁ ସେଠାରେ କାହାକୁ ପସନ୍ଦ କରୁଛନ୍ତି ଭୋଟର ତା’ ଉପରେ ରହିଛି ସମସ୍ତଙ୍କ ନଜର।

author

Related Articles

Leave a Reply

Your email address will not be published. Required fields are marked *