ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ

ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । 3ଟି ରାଜ୍ୟରେ ବିଜେପିର ବଡ ବିଜୟ ପରେ ଶୀତ ଅଧିବେଶନ ଆରମ୍ଭ ହୋଇଛି । ବିଜେପିର ଅପରାଜିତ ବିଜୟ ପରେ ବିରୋଧି ଶିବିରରେ ଦେଖାଦେଇଛି ଅସନ୍ତୋଷ । ମୋଟ ୧୯ ଦିନ ଚାଲିବାକୁ ଥିବା ଏହି ଅଧିବେଶନ ବେଶ ସରଗରମ ରହିବ । ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆଜି ମହୁଆ ମୈତ୍ରା ମାମଲାରେ ଲୋକସଭା ଏଥିକ୍ସ କମିଟି ନିଜ ରିପୋର୍ଟ ଉପସ୍ଥାପିତ କରିବ । ଏଥିକ୍ସ କମିଟି ଲାଞ୍ଚ ନେଇ ପ୍ରଶ୍ନ କରିବା ମାମଲାରେ ମହୁଆ ମୈତ୍ରାଙ୍କୁ ସଂସଦରୁ ବହିଷ୍କାର କରିବାକୁ ସୁପାରିଶ କରିଛି । ତେଣୁ ବାଚସ୍ପତି ମହୁଆଙ୍କୁ ବହିଷ୍କାର କରିବାକୁ ନିଷ୍ପତି ନେଇପାରନ୍ତି । ସେହିପରି ଆଇପିସି ଓ ସିଆରପିସି ସଂଶୋଧନ ବିଧେୟକ ସଂସଦରେ ଉପସ୍ଥାପିତ ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *