ଓଡ଼ିଶାରେ ସରକାର ଗଢିବ ବିଜେପି; ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ

ଓଡ଼ିଶାରେ ସରକାର ଗଢିବ ବିଜେପି; ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ

ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ ପଦ୍ମ ଫୁଟାଇବା ପରେ ଫୁଲ ଜୋସରେ ଓଡ଼ିଶା ବିଜେପି । ଏହି ୩ ରାଜ୍ୟର ଫଳାଫଳର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାରେ ଆଖି, କାନ ନଥିବା ସରକାର ଚାଲିଛି ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି । ରାଜ୍ୟରେ ଭ୍ରଷ୍ଟାଚାର ସରକାର ଚାଲିଛି ବୋଲି କହିବା ସହ ଏହା ବିରୋଧରେ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ମନମୋହନ ସାମଲ । ଏହାସହ ଓଡିଆ ଲୋକଙ୍କ କଥା ବୁଝୁନଥିବା ସରକାର ଚାଲିଥିବା ବେଳେ ବିକାଶ ବହୁତ ପଛରେ ରହିଛି ା କୋଟି କୋଟି ଓଡିଆ ଦାଦନ ଖଟିବାକୁ ଯାଉଛନ୍ତିା ଓଡ଼ିଶାର ଅସ୍ମିତା , ଜଗନ୍ନାଥ ସଂସ୍କୃତି ଏବଂ ଲୋକଙ୍କ ଭାବନାକୁ ବିଜେଡି ବୁଝିପାରୁନି ବୋଲି ବିଜେପି କହିଛି । ବିଜେପି ଯାହା କହୁଛି ତାହା କାଯ୍ୟକାରୀ ହେଉଛି ଯେଉଁଥିପାଇଁ ୩ ରାଜ୍ୟରେ ବିଜେପି ସରକାର ଗଢିଛି । ୨୦୨୪ରେ ବିଜେପି ଏକପାଖିଆ ସରକାର ଗଢ଼ିବ ବୋଲି ମତବ୍ୟକ୍ତ କରିଛନ୍ତି ମନମୋହନ ସାମଲ । ତେବେ ରାଜ୍ୟ ବିଜେପି ସଭାପତିଙ୍କ ଏପରି ଅଭିଯୋଗ ପରେ କଡା ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି , ଓଡିଶାରେ କେବଳ ନବୀନ ମଡେଲ ହିଁ ରହିବ । ୨୦୦୦ ମସିହାରୁ ୨୦୨୩ ମସିହା ମଧ୍ୟରେ ନବୀନ ମଡେଲ କାମ କରିଛି ଏବଂ ଆଗାମୀ ଦିନରେ ମଧ୍ୟ କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡିଶାର ମଡେଲକୁ ସମସ୍ତେ ଅନୁକରଣ କରିଛନ୍ତି । ସମସ୍ତ ରାଜ୍ୟ ଓଡିଶାକୁ ପ୍ରଶଂସା କରିଛନ୍ତି । ନବୀନ ମଡେଲକୁ କେହି ଛୁଇଁ ପାରିବେନି । କେଉଁଠି କିଏ ଜିତିଲେ ଓଡିଶା ଉପରେ ତାର ପ୍ରଭାବ ପଡିବ ନାହିଁ । ଏମେ କୌଣସି ଯୋଜନାରେ ବାଧକ ସାଜିନୁ ବରଂ ଲୋକଙ୍କ ବିକାଶ ପାଇଁ ଆମେ କାମ କରୁଛୁ । ୨୦୨୪ ନିବାଚନକୁ ଆଉ ଅଳ୍ପ ଦିନ ରହିଥିବା ବେଳେ ଓଡିଶାରେ ଶାସକ ଦଳ ରହିବ ନା ୟୁ ଟର୍ଣ୍ଣ ନେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *