ପୁଣି ବିପଦ ସାଜିଲା ବୋରୱେଲ୍ ଗାତ

ପୁଣି ବିପଦ ସାଜିଲା ବୋରୱେଲ୍ ଗାତ

ପୁଣି ବିପଦ ସାଜିଲା ବୋରୱେଲ୍ ଗାତ । ଶୀତୁଆ ରାତିରେ ୩୦ ଫୁଟ୍ ଗଭୀର ଗାତ ଭିତରେ ୯ ଘଣ୍ଟା ଧରି ଫସି ରହିଲା ୫ ବର୍ଷର ଶିଶୁକନ୍ୟା । ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲା ପିପିଲିୟା ରସୋଡ଼ା ଗାଁରେ ଏହି ଘଟଣା ଘଟିଛି ।
ବିଳମ୍ବିତ ରାତି ଯାଏ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ଶେଷରେ ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ୫ ବର୍ଷୀୟା ମାହି ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏକ ୩୦ ଫୁଟ ଗଭୀର ବୋରୱେଲ ଗର୍ତ୍ତ ଭିତରେ ଖସି ପଡ଼ିଥିଲା ।
ଏ ସଂପର୍କରେ ଖବର ପାଇ ଝଊଜୠ ଓ ଘଊଜୠ ଟିମ୍ ସହ ଘଟଣାସ୍ଥଳରେ ସ୍ଥାନୀୟ ଜିଲ୍ଲାପାଳ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର‌୍ୟ୍ୟ । ଦୀର୍ଘ ୯ ଘଣ୍ଟାରୁ ଅଧିକ ସମୟର କସରତ ପରେ ରାତି ୨ଟା ୩୦ରେ ସୁରକ୍ଷିତ ଉଦ୍ଧାର ହୋଇଥିଲା ୫ ବର୍ଷୀୟା ମାହି ।

author

Related Articles

Leave a Reply

Your email address will not be published. Required fields are marked *