ବାତ୍ୟା ପରେ ଜଳମଗ୍ନ ଚେନ୍ନାଇ ସହର; ଗଲାଣି ୧୭ଜଣଙ୍କ ଜୀବନ

ବାତ୍ୟା ପରେ ଜଳମଗ୍ନ ଚେନ୍ନାଇ ସହର; ଗଲାଣି ୧୭ଜଣଙ୍କ ଜୀବନ

ଚେନ୍ନାଇରେ ବାତ୍ୟା ମିଗଜୋମର ପ୍ରଭାବ । ଜଳମଗ୍ନ ଚେନ୍ନାଇ ସହର । ପ୍ରବଳ ବର୍ଷା ଯୋଗୁଁ ଗଲାଣି ୧୭ ଜଣଙ୍କ ଜୀବନ । ଚେନ୍ନାଇରେ ତଳିଆ ଅଞ୍ଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ବିମାନ ବନ୍ଦର, ରେଳ ଷ୍ଟେସନ, ବସ ଷ୍ଟାଣ୍ଡରେ ଜମି ରହିଛି ପାଣି । ଲୋକମାନଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି । ଯାହା ଫଳରେ ବିଭିନ୍ନ ସ୍ଥାନରେ ଲୋକେ ଫସି ରହିଛନ୍ତି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ବିଦ୍ୟୁତ ଓ ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି । ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବୋଟ୍, ଟ୍ରାକ୍ଟର ବ୍ୟବହାର କରାଯାଉଛି । ରିଲିଫ୍ ଓ ଉଦ୍ଧାର କାର‌୍ୟ୍ୟରେ ଏନଡିଆରଏଫ୍, ଏସଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ରାଜ୍ୟରେ ୧୦୦ରୁ ଅଧିକ ଟ୍ରେନ୍ ଓ ୫୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *