ଦୁର୍ବଳ ହେଲା ବାତ୍ୟା ମିଗଜୋମ , କେନ୍ଦ୍ରକୁ ସାହାର୍ଯ୍ୟ ମାଗିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଦୁର୍ବଳ ହେଲା ବାତ୍ୟା ମିଗଜୋମ , କେନ୍ଦ୍ରକୁ ସାହାର୍ଯ୍ୟ ମାଗିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଦୁର୍ବଳ ହେବାରେ ଲାଗିଛି ବାତ୍ୟା ମିଗଜୋମ ।ଚେନ୍ନାଇରେ ସବୁ ସ୍କୁଲ ଓ କଲେଜ ବନ୍ଦ ରହିଛି । ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବାତ୍ୟା ପ୍ରଭାବ ଦେଖି ଏନଡିଆରଏଫର ଅତିରିକ୍ତ ଟିମ ଡକାଯାଇଛି । ତଳିଆ ଅଞ୍ଚଳରେ ୩୦୦ରୁ ଅଧିକ ଡଙ୍ଗା କାମରେ ଲାଗିଛି । ପାଖାପାଖି ୫ ହଜାରରୁ ଅଧିକ ସରକାରୀ କର୍ମଚାରୀ ଉଦ୍ଧାର କାର‌୍ୟ୍ୟରେ ଲାଗିଛନ୍ତି ।
ବାତ୍ୟା ମିଗଜୋମ ଯୋଗୁଁ ହୋଇଥିବା କ୍ଷତିକୁ ନେଇ ତାମିଲନାଡୁ ସରକାର କେନ୍ଦ୍ରକୁ ୫,୦୬୦ କୋଟି ଟଙ୍କା ସହାୟତା ରାଶି ମାଗିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ସମ୍ବନ୍ଧରେ ଚିଠି ଲେଖିଛନ୍ତି ।ନେଲୋର ଓ ମଚ୍ଛଲିପଟନମ୍ ମଧ୍ୟରେ ବାପାଟଲା ନିକଟରେ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଥିଲା । ତାମିଲନାଡ଼ୁର ଚେନ୍ନାଇ ସହର ଏବେ ଉବୁଟୁବୁ ହେଉଛି । ଟ୍ରେନ୍, ବିମାନ ସେବା ସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ବହୁ ପରିମାଣରେ ପ୍ରଭାବିତ ହୋଇଛି । ତାମିଲନାଡୁରେ ଜଳପ୍ରଳୟ ସୃଷ୍ଟି ହୋଇଛି । ରବିବାର ଠାରୁ ଲାଗି ରହିଥିବା ବର୍ଷା ଫଳରେ ଚେନ୍ନାଇ ବର୍ଷା ୮୦ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି । ତେବେ ଏନଡିଆରଏଫ ଟିମ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପଡୁଚେରୀରେ ୨୧ ଟିମ୍ ନିୟୋଜିତ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *