ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ଲକ୍ଷ ଟଙ୍କା

ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ଲକ୍ଷ ଟଙ୍କା

ଦିନକୁ ଦିନ ବଢିଚାଲିଛି ହାତୀ ମାନଙ୍କ ଉପଦ୍ରବ । ମଣିଷ ହାତୀ ଲଢେଇରେ ଅନେକ ସମୟରେ ମଣିଷ ମାନେ ନିଜର ପ୍ରାଣ ହରାଉଛନ୍ତି । ଧନଜୀବନ ନଷ୍ଟ ହେବା ସହ ବହୁ ମୂଲ୍ୟ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି । ବିଲବାଡି ଧାନ କିଆରି ଫସଲ ଆଦି ନଷ୍ଟ ହେବାରେ ଲାଗିଛି । ଏବେ ଏଥିପାଇଁ ନୂଆ ନିୟମ ଆସିଲେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ଅନୁକମ୍ପା ରାଶି । ଏ ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ ।ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ । ସେହିପରି ଫସଲ ନଷ୍ଟ ହେଲେ ଏକର ପିଛା ୨୦ ହଜାର ଟଙ୍କା ଓ ବଦଳ ଓ ଗାଈ ମରିଲେ ମଧ୍ୟ ଅନୁକମ୍ପା ରାଶି ବଢ଼ାଯାଇଛି ।ସେ କହିଛନ୍ତି, ହାତୀଙ୍କ ପାଠଶାଳା ପାଇଁ ବିଭିନ୍ନ ରାଜ୍ୟ ସହ କଥା ଚାଲିଛି। କୁମକି ହାତୀଙ୍କ ପରି ଟ୍ରେନିଂ ପାଇଥିବା ହାତୀ ଯେଉଁଥିରେ ତାଙ୍କର ମାହୁନ୍ତ ସେମାନଙ୍କୁ ଟ୍ରେନିଂ ଦେଇଥାଏ । ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ହାତୀକୁ ଆୟତ୍ତ କରାଯାଇ ପାରିବ ।

author

Related Articles

Leave a Reply

Your email address will not be published. Required fields are marked *