ମଦପ୍ରସ୍ତୁତ କାରଖାନାରେ ଆୟକର ବିଭାଗର ଚଢଉ

ମଦପ୍ରସ୍ତୁତ କାରଖାନାରେ ଆୟକର ବିଭାଗର ଚଢଉ

ଗୋଟିଏ ପରେ ଗୋଟିଏ କଳାକାର୍ନାମାର ଖୁଲାସା କରୁଛି ଆୟକର ବିଭାଗ । ସେ ବଡ ବଡ ନେତା ମନ୍ତ୍ରୀ ହୁଅନ୍ତୁ କି ବଡ ବଡ ବ୍ୟବସାୟୀ । ଜଣେ ମଦ ବ୍ୟବସାୟୀଙ୍କର ଅମାପ ସମ୍ପତ୍ତି ଉପରେ ଚଢଉ କରିଛି ଭିଜିଲାନ୍ସ । ଟଙ୍କା ଗଣି ଗଣି ହାଲିଆ ହେଲା ଆୟକର ବିଭାଗ । କୋଟିଏ କି ଦୁଇ କୋଟି ନୁହେଁ ତାଙ୍କ ଠାରୁ ୨୦୦ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି । ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଏବଂ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ କାରଖାନାରେ ଚଢାଉ କରିବା ଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ୧୦୦ ଟଙ୍କିଆରୁ  ୫୦୦ ଟଙ୍କିଆ ନୋଟର ବିଡା ଦେଖି ତାଜୁବ ହୋଇଯାଇଛନ୍ତି ଆୟକର ଅଧିକାରୀ ।

ଗତକାଲି ଠାରୁ ବୌଦ୍ଧ, ରାଉରକେଲା, ଭୁବନେଶ୍ୱର ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା ସମେତ  ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢାଉ ଜାରି ରଖିଛି । ଏବେ ସୁଦ୍ଧା ୨୦୦ କୋଟିରୁ ଅଧିକ ଟଙ୍କା ଅଧିକାରୀମାନେ ଗଣିସାରିଲେଣି । ଆହୁରି ନୋଟ ଗଣିବା ବାକି ରହିଥିବା ସୂଚନା ମିଳିଛି । ଜବତ ନଗଦ ଟଙ୍କାର ପରିମାଣ ୩୦୦ କୋଟି  ଟପିପାରେ ବୋଲି ଆକଳନ କରାଯାଉଛି । କିନ୍ତୁ ଆୟକର ବିଭାଗ ଏନେଇ ମୁହଁ ଖୋଲୁନାହାଁନ୍ତି । 

author

Related Articles

Leave a Reply

Your email address will not be published. Required fields are marked *