ଆର ପାରିରେ ହାସ୍ୟ ଅଭିନେତା ଜୁନିୟର ମେହମୁଦ

ଆର ପାରିରେ ହାସ୍ୟ ଅଭିନେତା ଜୁନିୟର ମେହମୁଦ

ଆଉ ନାହାନ୍ତି ହାସ୍ୟ ଅଭିନେତା ଜୁନିୟର ମେହମୁଦ । ଗତ କିଛି ଦିନ ହେବ କ୍ୟାନସରରେ ପିଡିତ ହୋଇଥିଲେ । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । କୂାନସରରେ ୪ର୍ଥ ପର୍ଯ୍ୟାୟରେ ଥିବା ଜୁନିୟର ମେହମୁଦ ୪୦ରୁ ଅଧିକ ଦିନ ହେବ ସଂଘର୍ଷ କରିଥିଲେ । ତାଙ୍କ ଅସୁସ୍ଥତା ଖବର ପାଇବା ପରେ ଭେଟେରାନ୍ ଅଭିନେତା ଜିତେନ୍ଦ୍ର, ତାରକା କମେଡିଆନ୍ ଜନି ଲିଭର ଓ ସଚିନ ପିଲଗାଁଓକର ତାଙ୍କୁ ଭେଟିଥିଲେ । କିନ୍ତୁ ଆଜି ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୭୦ ଦଶକରେ ନିଜର ଅଭିନୟ ଓ କମେଡି ଦ୍ୱାରା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ ଜୁନିୟର ମେହମୁଦ । ସେ କାରଭାଁ, ହାଥୀ ମେରେ ସାଥୀ, ମେରା ନାମ ଜୋକର ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *