ମୁଖ୍ୟମନ୍ତ୍ରୀ ପଦ ପାଇଁ ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କଲା ବିଜେପି

ମୁଖ୍ୟମନ୍ତ୍ରୀ ପଦ ପାଇଁ ପର୍ଯ୍ୟବେକ୍ଷକ ଦଳ ନିଯୁକ୍ତ କଲା ବିଜେପି

୩ ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ପର୍ଯ୍ୟବେକ୍ଷକ ଦଳର ନାଁ ଘୋଷଣା କରିଛି ବିଜେପି । ଛତିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ରାଜସ୍ଥାନ ପାଇଁ ରାଜନାଥ ସିଂହ, ବିନୋଦ ତାବଡେ ଏବଂ ସରୋଜ ପାଣ୍ଡେଙ୍କୁ ଦଳ ପର୍ଯ୍ୟବେକ୍ଷକ ଭାବେ ବାଛିଛି । ସେହିପରି ମଧ୍ୟପ୍ରଦେଶ ପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ, ଆଶା ଲାକ୍ରାଙ୍କୁ ପର‌୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ଛତିଶଗଡ ପାଇଁ ୩ ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ବିଜେପି । ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନେୱାଲ ଓ ଦୁଷ୍ୟନ୍ତ ଗୌତମଙ୍କୁ ଦଳ ଗୁରୁଦାୟିତ୍ୱ ଦେଇଛି । ୩ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ପର‌୍ୟ୍ୟବେକ୍ଷକ ମାନେ ବିଜେପିର ବିଧାୟକଙ୍କ ସହ ଆଲୋଚନା କରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ ଦେବେ । ଯାହା ଆଧାରରେ ଦଳ ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବ । ଆସନ୍ତା ରବିବାର ସୁଦ୍ଧା ବିଜେପି ୩ ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ ।

author

Related Articles

Leave a Reply

Your email address will not be published. Required fields are marked *