ଆଗକୁ ରାଜ୍ୟରେ ବଢିପାରେ ଶୀତ !

ଆଗକୁ ରାଜ୍ୟରେ ବଢିପାରେ ଶୀତ !

ଆଗକୁ ରାଜ୍ୟରେ ବଢିବ ଶୀତ । ରାତି ତାପମା ତ୍ରା ୩ରୁ ୫ ଡିଗ୍ରୀ ପର‌୍ୟ୍ୟନ୍ତ ଖସିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ।
କୋହଲା ପାଗ ପ୍ରଭାବ କମିବା ପରେ ବାଦଲ ହଟିବା ସହ ରାତି ତାପମାତ୍ରା ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର‌୍ୟ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଅର୍ଥାତ୍ ରାତି ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଫେରିବାର ସମ୍ଭାବନା ରହିଛି । ପାରଦ ଖସିବା ପରେ ରାତି ତାପମାତ୍ରା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *