ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର ପଠାଇଲା ଆଦିତ୍ୟ ଏଲ୍-ୱାନ

ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର ପଠାଇଲା ଆଦିତ୍ୟ ଏଲ୍-ୱାନ

ସୂର୍ଯ୍ୟର ପୂର୍ଣ୍ଣ ଚିତ୍ର କଏଦ କରିଛି ଆଦିତ୍ୟ ଏଲ୍-ୱାନ । ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ଏପରି ଚିତ୍ର ପ୍ରଥମ ଥର ପାଇଁ ଉତୋଳନ କରାଯାଇଛି । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଫଟୋ ଅପ୍ଲୋଡ୍ କରିବା ସହ ଏ ନେଇ ସୂଚନା ଦେଇଛି ଇସ୍ରୋ । ସୂର୍ଯ୍ୟର ଏହି ପୂର୍ଣ୍ଣ ଗୋଲାକାର ଚିତ୍ରରେ ‘ଫଟୋସ୍ପିୟର’ ଓ ‘କ୍ରୋମୋସ୍ପିୟର’ର ଛୋଟ ଛୋଟ ଅଂଶ ଦୃଶ୍ୟମାନ ହେଉଛି । ଆଦିତ୍ୟ ଏଲ-ୱାନ୍ ସହ ସଂଯୁକ୍ତ ସୋଲାର ଅଲଟ୍ରା ଭାଓଲେଟ୍ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେ-ଲୋଡ୍ରୁ ଏହି ଚିତ୍ର ନିଆଯାଇଛି । ୨୦୦ରୁ ୪୦୦ ନାନୋମିଟର ୱେଭ୍ଲେନ୍ଥ ରେଂଜ ମଧ୍ୟରେ ଫଟୋ ଉଠାଯାଇଛି । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧ୍ଚଳ ଗବେଷଣା ପାଇଁ ଏହା ସହାୟକ ହେବ । ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ ‘ସୁଟ’ ପେ-ଲୋଡ୍କୁ ସକ୍ରୀୟ କରାଯାଇଥିଲା । ଡିସେମ୍ବର ୬ ତାରିଖରେ ପେ-ଲୋଡ୍ର ଟେଲିସ୍କୋପ୍ ପ୍ରଥମ ଚିତ୍ର କଏଦ କରିଥିଲା ।

author

Related Articles

Leave a Reply

Your email address will not be published. Required fields are marked *