କଂଗ୍ରେସ କହୁଛି ଧୀରଜ ସାହୁଙ୍କ ବ୍ୟବସାୟରେ ଦଳର ନେଣଦେଣ ନାହିଁ

କଂଗ୍ରେସ କହୁଛି ଧୀରଜ ସାହୁଙ୍କ ବ୍ୟବସାୟରେ ଦଳର ନେଣଦେଣ ନାହିଁ

ଓଡିଶାର ଶହ ଶହ କଳାଧନ ମିଳିବା ପରେ ଏହି କଳାଧନର ମଦ ସାମ୍ରାଜ୍ୟର ସାଂସଦ ଧୀରଜ ସାହୁଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରି କୋଟି କୋଟି ଟଙ୍କା ଜବତ କରିଛି । ଏପରି ସମୟରେ କଂଗ୍ରେସ ତାଙ୍କ ଠାରୁ ଦୂରରେ ରହିଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ କଂଗ୍ରେସର କୌଣସି ନେଣଦେଣ ନାହିଁ । ଅନ୍ୟପଟେ ରାଞ୍ଚିରେ ଧୀରଜ ସାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ ବିଜେପି କର୍ମୀ । ଧୀରଜ ସାହୁଙ୍କ କଳାଟଙ୍କା ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ବିଜେପିର ବରିଷ୍ଠ ନେତା ମାନେ କଂଗ୍ରେସ ଉପରେ ବର୍ଷିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *