ଖୋଲୁଛି କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କଳାକାର୍ନାମାର ପେଡି

ଖୋଲୁଛି କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କଳାକାର୍ନାମାର ପେଡି

ଧୀରଜ ସାହୁଙ୍କ କଳାଟଙ୍କା ପ୍ରସଙ୍ଗକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ଖୋଲୁଛି ମଦ ପ୍ରସ୍ତୁତ କାରଖାନା ମିଳିଥିବା କଳାଟଙ୍କାର ଗୁମର । ଟଙ୍କା ଗଣି ଗଣି ହାଲିଆ ହେଲାଣି ଆୟକର ବିଭାଗ । ଆୟକର ବିଭାଗ ମାନଙ୍କ ସହିତ ଟଙ୍କା ଗଣା ମେସିନ ମଧ୍ୟ ଗରମ ହେଇଗଲାଣି । ବଢିବାରେ ଲାଗିଛି କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଅଡୁଆ ।  ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିଛି । ଏପରି ସମୟରେ କଂଗ୍ରେସ ତାଙ୍କ ଠାରୁ ଦୂରେଇ ରହଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ କଂଗ୍ରେସର କୌଣସି ନେଣଦେଣ ନାହିଁ । ଅନ୍ୟପଟେ ରାଞ୍ଚିରେ ଧୀରଜ ସାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି ଯୁବ ବିଜେପି କର୍ମୀ ।

author

Related Articles

Leave a Reply

Your email address will not be published. Required fields are marked *