ରେଭେନ୍ସାରେ ଖୋଲିଲା ବ୍ରେଲୀ ଲାଇବ୍ରେରୀ

ରେଭେନ୍ସାରେ ଖୋଲିଲା ବ୍ରେଲୀ ଲାଇବ୍ରେରୀ

ଶିକ୍ଷା କ୍ଷେତ୍ରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ ପ୍ରୟାସ । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ରେଭେନ୍ସା ଖୋଲିଛି ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଭଳି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିପାରିଛି ଏହି ଲାଇବ୍ରେରୀ । ବିଭିନ୍ନ ବିଭାଗରେ ପଢୁଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନିୟମିତ ବ୍ରେଲୀ ଲାଇବ୍ରେରୀକୁ ପାଠ ପଢିବାକୁ ଆସୁଛନ୍ତି । ଏପରିକି କମ୍ପ୍ୟୁଟରକୁ ନିଜେ ଅପରେଟ କରୁଛନ୍ତି ଦୃଷ୍ଟିହୀନ ଛାତ୍ରଛାତ୍ରୀ । ମାଉସକୁ ଧରି ଡେସ୍କଟପ ଉପରେ କ୍ଲିକ କଲେ ହେଡଫୋନ ଜରିଆରେ କେଉଁଟା କି ଆପ ଅଡିଓ ଜରିଆରେ ସବୁ ଜାଣିପାରୁଛନ୍ତି । ଲାଇବ୍ରେରୀକୁ ଆସିବା ପାଇଁ ସ୍ୱତନ୍ତ୍ର ଇ-ରିକ୍ସାର ବ୍ୟବସ୍ଥା କରାଯାଇଛି । ରେଭେନ୍ସାର ଏହି ଅତ୍ୟାଧୁନିକ ଲାଇବ୍ରେରୀକୁ କିଛି ଦିନ ତଳେ ଆସିଥିବା ନାକ ଟିମ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଏହା କିପରି ଛାତ୍ରଛାତ୍ରୀଙ୍କ ପାଇଁ ଆହୁରି ସୁବିଧା ଯୋଗାଇବ ସେଥିପ୍ରତି ଧ୍ୟାନ ଦେବେ ବିଶ୍ୱବିଦ୍ୟାଳୟର କୁଳପତି ।

author

Related Articles

Leave a Reply

Your email address will not be published. Required fields are marked *