ଉତ୍ତର ପ୍ରଦେଶ ହାଇୱେରେ ଭୟଙ୍କର ଦୁର୍ଘଟଣା; କାର ଟ୍ରକ୍ ମୁହାଁମୁହିଁ ପରେ ଲାଗିଲା ନିଆଁ

ଉତ୍ତର ପ୍ରଦେଶ ହାଇୱେରେ ଭୟଙ୍କର ଦୁର୍ଘଟଣା; କାର ଟ୍ରକ୍ ମୁହାଁମୁହିଁ ପରେ ଲାଗିଲା ନିଆଁ

ବିବାହ ଉତ୍ସବରୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ଯମ । ୯ ଜଣଙ୍କୁ ମୃତ୍ୟୁର କୋଳକୁ ଟାଣିନେଲା ଭୟଙ୍କର ଦୁର୍ଘଟଣା । ଉତ୍ତରପ୍ରଦେଶର ବରେଲି-ନୈନିତାଲ ଜାତୀୟ ରାଜପଥରେ ଏଭଳି ଏଭ ଭୟଙ୍କର ଦୁର୍ଘଟଣା ଘଟିଛି । ଟ୍ରକ୍କୁ ଏକ କାର୍ ଧକ୍କା ଦେବା ପରେ ଉଭୟ ଗାଡିରେ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲାଗିବା ପରେ ଟ୍ରକ୍ରୁ ଡେଇଁ ପଡ଼ି ଡ୍ରାଇଭର ନିଜର ଜୀବନ ବଞ୍ଚାଇଥିବା ବେଳେ କାରରେ ଥିବା ଜଣେ ଶିଶୁ ସମେତ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି ।


ଶନିବାର ରାତିରେ ଏକ ବିବାହ ସମାରୋହରୁ ଘରକୁ ଫେରୁଥିବା କାରରେ ଆଠ ଜଣ ଲୋକ ଏକ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିଳମ୍ବିତ ରାତିରେ ନୈନିତାଲ ରାଜପଥରେ କାର୍ଟି ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଅନ୍ୟ ପାର୍ଶ୍ୱରେ ପହଞ୍ଚିଥିଲା। ଫଳରେ ସେପଟୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଓ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା ।
ନିଆଁ ଲାଗିବା ପରେ କାର୍ରେ ବସିଥିବା ଲୋକମାନେ ଚିତ୍କାର କରି ସାହାଯ୍ୟ ମାଗିଥିଲେ । କିନ୍ତୁ କାରର କବାଟ ଖୋଲି ନଥିଲା । ସେଠାରେ ଉପସ୍ଥିତ ଥିବା କିଛି ଲୋକ ନିଆଁ ଲିଭାଇବା ପାଇଁ ନିକଟସ୍ଥ ପେଟ୍ରୋଲ ପମ୍ପରୁ ଅଗ୍ନି ନିର୍ବାପକ ଯନ୍ତ୍ର ଆଣିଥିଲେ, ହେଲେ ସଫଳ ହୋଇପାରିନଥିଲେ । ତୁରନ୍ତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ କାର ଭିତରେ ବସିଥିବା ସମସ୍ତ ଆଠ ଜଣ ନିଆଁରେ ପୋଡ଼ି ହୋଇ ଜୀବନ ହରାଇଥିଲେ ।


ବିଳମ୍ବିତ ରାତିରେ ହିଁ ମୃତଦେହକୁ କାରରୁ ବାହାର କରାଯାଇଥିଲା । ଗାଡ଼ି ଚଳାଇବା ସମୟରେ ଡ୍ରାଇଭରର ଆଖି ଲାଗି ଯାଇଥିବା ପୋଲିସ ସନ୍ଦେହ କରୁଛି । ଏବେ ସିଟି ମାଜିଷ୍ଟ୍ରେଟ୍ ଏବଂ ଏସପି କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ଜଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ଅଧିକାରୀମାନେ ମଧ୍ୟ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସଏସପି ଗୁଲେ ସୁଶୀଲ ଚନ୍ଦ୍ରଭାନଙ୍କ କହିଛନ୍ତି, ନିଆଁରେ ମୃତଦେହ ସମ୍ପୂର୍ଣ୍ଣ ଜଳି ଯାଇଛି, ଯାହା ଚିହ୍ନଟ କରିବା କଷ୍ଟକର । କେବଳ କାର ଡ୍ରାଇଭର ଫୁରକାନଙ୍କୁ ଚିହ୍ନଟ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *