ଅଯୋଧ୍ୟା ଯିବାକୁ ମହାପ୍ରଭୁଙ୍କୁ ଆସିଲା ନିମନ୍ତ୍ରଣ

ଅଯୋଧ୍ୟା ଯିବାକୁ ମହାପ୍ରଭୁଙ୍କୁ ଆସିଲା ନିମନ୍ତ୍ରଣ

ଆସନ୍ତା ୨୦୨୪ ମସିହା ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିରର ପ୍ରଣ ପ୍ରତିଷ୍ଠା । ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ ପତ୍ର ଆସିଛି । ନିମନ୍ତ୍ରଣ ପତ୍ର ସହ ଚାଉଳ ଗୁଆ ଆସିଛି । ମହାପ୍ରଭୁଙ୍କୁୁ ନିମନ୍ତ୍ରଣ କରିବା ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମଧ୍ୟ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଅକ୍ଷତ କଳସ ଯାତ୍ରା ବାହାରିଛି । ଏହି କ୍ରମରେ ଓଡିଶାର ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି । ବିଶ୍ୱ ହିନ୍ଦ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା କରି ମହାପ୍ରଭୁଙ୍କୁ ନିମନ୍ତ୍ରଣ ପତ୍ର ଓ ଚାଉଳ ଗୁଆ ପ୍ରଦାନ କରାଯାଇଛି । ଏହି ଶୋଭାଯାତ୍ରାରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତାଙ୍କ ସହ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *