ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ମହିଳା

ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ମହିଳା

ପ୍ରେମ ହେଉଛି ଏକ ଏମିତି ଶବ୍ଦ ଯାହା ସମସ୍ତଙ୍କ ଜୀବନ କ୍ଷଣିକରେ ବଦଳାଇଦିଏ । ଏଇ ପ୍ରେମ ପାଇଁ କିଏ ସରହଦ ପାର କରି ଅନ୍ୟ ଦେଶକୁ ଚାଲିଆସୁଛି ତ ଆଉ କିଏ ନିଜର ଲିଙ୍ଗ ପରିବର୍ତ୍ତନ କରୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ନିଜ ପ୍ରେମ ପାଇଁ ୪୭ ବର୍ଷ ବୟସର ଜଣେ ମହିଳା ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଲିଙ୍ଗ ପରିବର୍ତ୍ତନ କରିବା ପରେ ତାଙ୍କ ପ୍ରେମିକାକୁ ବିବାହ ମଧ୍ୟ କରିଛନ୍ତି । ନିଜ ଭଉଣୀର ସାଙ୍ଗଙ୍କୁ ଭଲପାଉଥିଲେ ୪୭ ବର୍ଷୀୟା ଅଳକା । ସେ ଝିଅ ହୋଇଥିବାରୁ ନିଜ ଭଲପାଇବାକୁ ପାଇବା ପାଇଁ ଅଳକା ପୁରୁଷ ହେବା ପାଇଁ ସ୍ଥିର କରିଥିଲେ । ଅଳକାରୁ ଅସ୍ତିତ୍ୱ ହେବାର ସମଗ୍ର ପ୍ରକ୍ରିୟା ସମ୍ପର୍କରେ ପ୍ରେମିକା ଆସ୍ଥା ଆରମ୍ଭରୁ ଜାଣିଥିଲେ । ଅଳକା ନିଜର ୪୭ତମ ଜନ୍ମଦିନରେ ଅସ୍ତ୍ରୋପଚାର କରି ମହିଳାରୁ ପୁରୁଷ ହୋଇଥିଲେ । ତେବେ ସେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଆସ୍ଥାଙ୍କୁ ବିବାହ କରିଛନ୍ତି । ଏବଂ ଏଥିରେ ଉଭୟଙ୍କ ପରିବାରର ସମ୍ମତି ରହିଥିବା ସୂଚନା ମିଳିଛି । ତେବେ ଦେଶରେ ଏପରି ଘଟଣା ଘଟିଥିବା ଏହା ପ୍ରଥମ ଘଟଣା ବୋଲି ସବୁଆଡ୍ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *