ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? ବସୁନ୍ଧରା ବାଚସ୍ପତି ହେବାକୁ କରିଦେଲେ ମନା

ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? ବସୁନ୍ଧରା ବାଚସ୍ପତି ହେବାକୁ କରିଦେଲେ ମନା

ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ସସପେନ୍ସ ଲାଗି ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସାମ୍ନାରେ ଏକ ଭିନ୍ନ ଧରଣର ଦାବି କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବର୍ଷେ ସୁଯୋଗ ଦେବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ସାମ୍ନାରେ ନିଜର ଦାବି ବସୁନ୍ଧରା ରାଜେ ରଖିଥିବା ସୂଚନା ମିଳୁଛି । ବର୍ଷେ ମୁଖ୍ୟମନ୍ତ୍ରୀ ରହିବା ପରେ ଏହି ପଦ ଛାଡିଦେବେ ବୋଲି ବସୁନ୍ଧରା କହିଥିବା ସୂଚନା ମିଳୁଛି । କିନ୍ତୁ ଦଳ ପକ୍ଷରୁ ତାଙ୍କୁ ବାଚସ୍ପତି ପଦବୀରେ ବସିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଗ୍ରହଣ କରିନଥିବା ବିଭିନ୍ନ ସୂତ୍ରରୁ ଖବର ସାମ୍ନାକୁ ଆସିଛି । ଗତକାଲି ରାତିରେ ବସୁନ୍ଧରା ରାଜେ ସିନ୍ଧିଆ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ନିବେଦନ କରିଥିଲେ । ଏହାସହ ବିଧାୟକଙ୍କୁ ଅଲଗା ନ ଭେଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ତେବେ ନଡ୍ଡାଙ୍କ ପକ୍ଷରୁ ତାଙ୍କୁ ବାଚସ୍ପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ସେ ଅଗ୍ରାହ୍ୟ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆସନ୍ତାକାଲି ରାଜସ୍ଥାନର ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ଦଳୀୟ ପର‌୍ୟ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜିତ ହେବ । ଏହି ବୈଠକ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇପାରେ ।

author

Related Articles

Leave a Reply

Your email address will not be published. Required fields are marked *