ଜେଲରୁ ମୁକୁଳିଲେ ହନିଟ୍ରାପ କୁଇନି ଅର୍ଚ୍ଚନା ନାଗ

ଜେଲରୁ ମୁକୁଳିଲେ ହନିଟ୍ରାପ କୁଇନି ଅର୍ଚ୍ଚନା ନାଗ

ଜେଲରୁ ମୁକୁଳିଲେ ହନିଟ୍ରାପ କୁଇନି ଅର୍ଚ୍ଚନା ନାଗ । ୧୪ ମାସ ପରେ ଜେଲରୁ ବାହାରିଛନ୍ତି । ଓଡିଶା ହାଇକୋର୍ଟ ପକ୍ଷରୁ ଜାମିନ ପରେ ସେ ଜେଲରୁ ବାହାରିଛନ୍ତି । ଇଡି ମାମଲାରେ ହାଇକୋର୍ଟ ଜାମିନ କରିଛି । ମୋଟ ତିନିଟି ମାମଲାରେ ଜାମିନ ମିଳିଛି । ଜେଲରୁ ମୁକୁଳିବା ସମୟରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତାଙ୍କୁ ନେବାକୁ ଆସିଥିଲେ । ଜେଲରୁ ଆସିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା କହିଛନ୍ତି କୋର୍ଟ ଦ୍ୱାରସ୍ଥ ହୋଇ ସମସ୍ତ ପ୍ରମାଣପତ୍ର ଦାଖଲ କରିବେ । ଅର୍ଚ୍ଚନାକୁ ସର୍ତ୍ତମୂଳକ ଭାବେ ୨ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ ଜାମିନ ମିଳିଛି । ଅର୍ଚ୍ଚନା ବଡବଡିଆଙ୍କୁ ବ୍ଲାକମେଲ ଓ ହନିଟ୍ରାପ ମାମଲରେ ଜେଲ ଯାଇଥିଲେ । ତାଙ୍କ କଳାସାମ୍ରାଜ୍ୟ ଘର ଗାଡି ଆଜି ସିଜ କରିଥିଲା ଇଡି ।

author

Related Articles

Leave a Reply

Your email address will not be published. Required fields are marked *