ଡିସେମ୍ୱର 15ରୁ ରାତି 2ଟାରୁ ଖୋଲିବ ଶ୍ରୀମନ୍ଦିର

ଡିସେମ୍ୱର 15ରୁ ରାତି 2ଟାରୁ ଖୋଲିବ ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ପାଇଁ ସ୍ୱତନ୍ତ୍ର ନୀତି କାନ୍ତି । ଆସନ୍ତା ଡିସେମ୍ୱର 15ରୁ ଜାନୁୟାରୀ 15 ତାରିଖ ଯାଏଁ ଭକ୍ତଙ୍କ ଦର୍ଶନ ପାଇଁ ପହିଲି ଭୋଗ ନୀତି କାନ୍ତି ହେବ । ରାତି 2ଟାରୁ ଦ୍ୱାର ଫିଟା ହୋଇ ଭୋର 5ଟା 20ରୁ ପହିଲି ଭୋଗ ନୀତି କାନ୍ତି ହେବ ଏବଂ ରାତି 11ଟାରେ ପହଡ ପଡିବ । ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ । ଏଥିପାଇଁ ସଅଳ ନୀତିକାନ୍ତ ହେବା ସହ ମହାପ୍ରସାଦ ମଧ୍ୟ ବାହାରିବ । ଏନେଇ ଗତକାଲି ହୋଇଥିବା ଛତିଶାନିୟୋଗ ବୈଠକ ନିଷ୍ପତ୍ତି ହୋଇଛି । ଡିସେମ୍ବର ୧୫ ତାରିଖରେ ଦେବାଭିଷେକ ପୂର୍ଣ୍ଣିମାରେ ପୂର୍ବାହ୍ନ ସାଢେ ୧୧ଟାରେ ମହାପ୍ରଭୁଙ୍କ ଶୀପୟର ଲାଗି ଅଭିଷେକ ବେଶ ହେବ । ମକର ସଂକ୍ରାନ୍ତି ଦିନ ମହାପ୍ରଭୁ ମକର ବେଶରେ ଦର୍ଶନ ଦେବେ ।

author

Related Articles

Leave a Reply

Your email address will not be published. Required fields are marked *