ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ଦୀପାବଳି

ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀରେ ଦୀପାବଳି

ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କ ନିକଟରେ ହେବ ସମୂହ ଦୀପଦାନ । ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଘରେ ଘରେ ପାଳନ ହେବ ଦୀପାବଳି । ଆଜି ବଡଦାଣ୍ଡରେ ହେବ ସମୂହ ଦୀପଦାନ । ଓଡିଶା ଇଂଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ । ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ । ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ ଦୀପଦାନ କାର୍ଯ୍ୟକ୍ରମ । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିସହ ଶ୍ରୀମନ୍ଦିରରେ ବି ଦୀପ ପ୍ରଜ୍ୱଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *