ଜେଲରୁ ବାହାରି ପରୀକ୍ଷା ଦେଲେ ଅର୍ଚ୍ଚନା

ଜେଲରୁ ବାହାରି ପରୀକ୍ଷା ଦେଲେ ଅର୍ଚ୍ଚନା

ଝାରପଡା ଜେଲରୁ ବାହାରି ଆଇନ ପରୀକ୍ଷ ଦେବାକୁ ଯାଇଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ଆଜି ସକାଳୁ ସେ ଜେଲରୁ ରିଲିଜ୍ ହେବା ପରେ ତାଙ୍କସ୍ୱାମୀ ଜଗବନ୍ଧୁ ତାଙ୍କୁ ଆଣିବାକୁ ଯାଇଥିଲେ । ୧୪ ମାସ ପରେ ସେ ଆଜି ସକାଳୁ ଝାରପଡ଼ା ଜେଲରୁ ବାହାରିଛନ୍ତି । ଅର୍ଚ୍ଚନାଙ୍କୁ ନେବା ଝାରପଡ଼ା ଜେଲକୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ । ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା କହିଛନ୍ତି, ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ । କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବେ । କୋର୍ଟରେ ସମସ୍ତ ତଥ୍ୟ ପ୍ରମାଣ ଦାଖଲ କରିବେ । କୋର୍ଟଙ୍କ ଉପରେ ଭରସା ଅଛି, ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଅର୍ଚ୍ଚନା ନାଗ । ଝାରପଡା ଜେଲରୁ ବାହାରି ଆଇନ ପରୀକ୍ଷ ଦେବାକୁ ଯାଇଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ଦୁଇ ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ଅର୍ଚ୍ଚନା ନାଗଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ । ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା ସମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି ହୋଇଥିଲା । ଏହି ହାଇପ୍ରୋଫାଇଲ ମାମଲାରେ ବହୁ ବଡବଡିଆଙ୍କ ସମ୍ପୁୃକ୍ତି ଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ବହୁ ରାଜନେତାଙ୍କ ସହ ଅର୍ଚ୍ଚନା ଫୋଟୋ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ତାଙ୍କ ବନ୍ଧୁ ଖଗେଶ୍ୱର ମଧ୍ୟ ଗିରଫ ହୋଇ ଜେଲରେ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *