ନୂଆବର୍ଷରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି

ନୂଆବର୍ଷରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି

ଆବର୍ଷରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଗତକାଲି ଦିଲ୍ଲୀରେ ଖଡଗେଙ୍କୁ ଭେଟି ଓଡ଼ିଶା କଂଗ୍ରେସ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଦଳ ରାଜ୍ୟରେ କଣ ସବୁ କାର‌୍ୟ୍ୟକ୍ରମ କରିଛି ତାହାର ରିପୋର୍ଟ ନେଇଛନ୍ତି ଖଡଗେ । ବୈଠକ ପରେ ଖଡଗେଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପିସିସି ସଭାପତି ।ସେପଟେ, ପିସିସି ସଭାପତି ଶରତ ପଟ୍ଟନାୟକ ଆଜି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାର କାର‌୍ୟ୍ୟକ୍ରମ ରହିଛି । ନିର୍ବାଚନ ପୂର୍ବରୁ କଂଗ୍ରେସର ଶୀର୍ଷ ନେତୃତ୍ୱ ଓଡ଼ିଶା ଗସ୍ତ କରି କର୍ମୀଙ୍କ ମନରେ ଜୋଶ ଭରନ୍ତୁ ବୋଲୁ ଚାହୁଁଛନ୍ତି ନେତା ।

author

Related Articles

Leave a Reply

Your email address will not be published. Required fields are marked *