ନୂଆବର୍ଷରୁ ପରିବହନ ଗାଡ଼ିରେ ଭେହିକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ

ନୂଆ ବର୍ଷ ପହିଲାରୁ ନୂଆ ଗାଡ଼ିରେ ଲାଗିବ ଭିଏଲଟିଡି ଅର୍ଥାତ୍ ଭେହିକିଲ ଲୋକେସନ୍ ଟ୍ରାକିଂ ଡିଭାଇସ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଡିସେମ୍ବର ୩୧ ବା ତା ପୂର୍ବରୁ ହୋଇଥିବା ପଂଜିକୃତ ଗାଡ଼ିରେ ଆସନ୍ତାବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଭିଏଲଟିଡି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହି ସୁବିଧା ଫଳରେ ଗାଡ଼ି ଷ୍ଟାର୍ଟ ହେବାଠାରୁ ଆରମ୍ଭ କରି କେତେ ବେଗରେ ଚାଲୁଛି, କୁଆଡ଼େ ଯାଉଛି, କେଉଁଠି ରହିଲା, ସେ ସମ୍ପର୍କରେ ଜାଣିହେବ । ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ଭୁବନେଶ୍ୱରରେ ଭିଏଲଟିଡି ନିରୀକ୍ଷଣ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିଏଲଟିଡିକୁ ଟ୍ୟାମ୍ପରିଂ କରାଯାଇପାରିବ ନାହିଁ । ଚାଳକ କିମ୍ବା ଅନ୍ୟ କେହି ଚାହିଁଲେ ବି ତଥ୍ୟକୁ ଲୁଚାଇପାରିବେ ନାହିଁ । ଭିଏଲ୍ଟିଡି ଯାନର ସମସ୍ତ ତଥ୍ୟ ରେକର୍ଡ କରି କଣ୍ଟ୍ରୋଲ ରୁମ୍କୁ ପଠାଇବ । ଏମିତିକି ମୋବାଇଲ ନେଟ୍ୱାର୍କ ନ ଥିବା ଅଂଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ । ନେଟୱର୍କ ଅଂଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ସେ ତଥ୍ୟ ପଠାଇବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବିଏସ୍ଏନ୍ଏଲ୍ ସହ ଚୁକ୍ତି ହୋଇଛି । ସେହିପରି କୌଣସି ବିପଦର ଆଶଙ୍କା ଥିଲେ ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଂଟରକୁ ଆସିବ । ଏହାସହ ଗାଡ଼ି ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରରେ ବି ଖବର ପହଂଚିଯିବ । ଫଳରେ ଯାତ୍ରୀଙ୍କୁ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *