ଚିନ୍ତା ବଢାଉଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା

ନିକଟରେ ସାମାଜିକ ବୈଷମ୍ୟତାର ଶିକାର ହୋଇ କେତେ ଆଦିବାସୀ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରୁଛନ୍ତି ଏହି ପ୍ରଶ୍ନ ଉଠିବା ପରେ ରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନାରାୟଣ ସ୍ୱାମୀ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟରୋର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଲୋକ ସଭାରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ୨୦୧୯ରୁ ୨୦୨୧ ଭିତରେ ପ୍ରାୟ ୩୫ ହଜାର ମୃତ୍ୟୁ ଘଟଣାର ର ରେକର୍ଡ ରହିଛି । ଅନେକ ଛାତ୍ର ଅତ୍ମହତ୍ୟା କରିଥିବା ବେଳେ ପ୍ରକୃତରେ କେତେ ଜଣ ପିଲା କେବଳ ସାମାଜିକ ବୈଷମ୍ୟତା କାରଣରୁ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସଠିକ ପ୍ରମାଣ ନାହିଁ ବୋଲି ନାରାୟଣସ୍ୱାମୀ ଜଣାଇଛନ୍ତି । ଆତ୍ମହତ୍ୟାର ସଂଖ୍ୟା ୨୦୧୯ ରେ ୧୦,୩୩୫ ଥିବା ବେଳେ ୨୦୨୦ରେ ୧୨୫୨୬ ଏବଂ ୨୦୨୧ ରେ ୧୩୦୮୯ ପର‌୍ୟ୍ୟନ୍ତ ବୃଦ୍ଧି ପାଇଛି ।

author

Related Articles

Leave a Reply

Your email address will not be published. Required fields are marked *