ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ମୁଖ୍ୟ ଭାବରେ ତାଙ୍କୁ ନିଯୁକ୍ତ କରାଯାଇଛି । ସଞ୍ଜୟ ସିଂହଙ୍କ ଅନୁପସ୍ଥିତିରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହାପୂର୍ବରୁ ସଞ୍ଜୟ ସିଂହ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ନେତା ଥିଲେ। କିନ୍ତୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ଏବେ ଜେଲରେ ଅଛନ୍ତି। ତେଣୁ ତାଙ୍କ ସ୍ଥାନରେ ଆପ୍ ରାଘବ ଚଡ୍ଡାଙ୍କୁ ଦାୟିତ୍ୱ ଦେଇଛି।

ରାଜ୍ୟସଭାରେ ଏବେ ଆମ ଆଦମୀ ପାର୍ଟିର ମୋଟ ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ଚଡ୍ଡା ହେଉଛନ୍ତି ସବୁଠାରୁ ଯୁବ ରାଜ୍ୟସଭା ସଦସ୍ୟ। ବିଜେପି, କଂଗ୍ରେସ ଓ ଟିଏମ୍ସି ପରେ ଆପ୍ ହେଉଛି ରାଜ୍ୟସଭାର ଚତୁର୍ଥ ସର୍ବବୃହତ୍ତ ଦଳ। କିଛି ଦିନ ପୂର୍ବେ ରାଘବ ଚଡ୍ଡାଙ୍କ ସଂସଦରେ ସଦସ୍ୟତାକୁ ରଦ୍ଦ କରାଯାଇଥିଲା। ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ୧୧୫ ଦିନ ପରେ ସେ ତାଙ୍କ ସଦସ୍ୟତା ଫେରିପାଇଥିଲେ। ନିଲମ୍ବନ ହଟିବା ପରେ ରାଘବ ଚଡ୍ଡା ଏକ ଭିଡିଓ ଜାରି କରି ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *