ଯାଜପୁରରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ବୁଖାରୀ ଗିରଫ

ଓଡିଶାରେ କାଶ୍ମୀରର ଆତଙ୍କବାଦୀ । ଦୀର୍ଘ ଦିନ ହେଲା ଯାଜପୁରରେ ରହିଥିଲା । ହେଲେ ପୋଲିସ ଜାଣିନପାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଯାଜପୁରରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ ଗିରଫ ହେବା ପରେ ଏଭଳି ପଶ୍ନ ଉଠିଛି । କୁପୱାରର ସୟିଦ ବୁଖାରୀକୁ ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ଯାଜପୁରରୁ ଗିରଫ କରିଥିଲା । ୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟ ଦେଶ ବିରୋଧୀ ସଙ୍ଗଠନ ସହ ଥିବା ଜଣାପଡିଛି । ଏପରିକି ସେ ସୋସିଆଲ ମିଡିଆରେ ସକ୍ରିୟ ରହି ସୁନ୍ଦରୀ ଯୁବତୀଙ୍କୁ ଫସାଉଥିଲା । ଓଡିଶା ସମେତ ବିଭିନ୍ନ ରାଜ୍ୟରେ ୬ରୁ ୭ ଜଣ ଝିଅଙ୍କୁ ବିବାହ କରିଥିଲା । ତେବେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଆଉ ଓଡିଶାରେ ରହି ଓଡିଶା ପାଇଁ କିଛି ଷଡଯନ୍ତ୍ର ରଚୁଥିଲା ବୋଲି ପ୍ରଶ୍ନ ଉଠୁଛି ।

author

Related Articles

Leave a Reply

Your email address will not be published. Required fields are marked *