ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ଆଉଟ୍‌ ହେଲେ କମଲନାଥ

ବିଧାନସଭା ନିର୍ବାଚନରେ ହାରିବା ପରେ ସାଂଗଠନିକ ସ୍ତରରେ ଅଦଳବଦଳ କରିଛି କଂଗ୍ରେସ । ବରିଷ୍ଠ ନେତା ଜିତୁ ପଟୱାରୀଙ୍କୁ ରାଜ୍ୟ ମୁଖିଆ ପଦ ଦେଇଛି ଦଳ ।ଜିତୁ ପଟୱାରୀ ଏବେ ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ କାମ କରିବେ । ୪୯ ବର୍ଷୀୟ ପଟୱାରୀ ରାଉ ସିଟରୁ ବିଧାୟକ ହୋଇଥିଲେ। ନିର୍ବାଚନ ବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୮ରେ ସେ ଦ୍ୱିତୀୟ ଥର ପାଇଁ ଉକ୍ତ ଆସନରୁ ବିଧାନସଭାକୁ ଯାଇଥିଲେ। ଦ୍ୱିତୀୟ ଥର ଜିତିବା ପରେ କମଲନାଥ ସରକାରରେ ସେ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ହୋଇଥିଲେ।


୨୦୧୮ରେ କମଲନାଥ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହୋଇଥିଲେ। ଏହି ସମୟରେ ପଟୱାରୀ କାର‌୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲେ। କମଲନାଥ ତାଙ୍କୁ ୨୦୨୦ ଏପ୍ରିଲ ମାସରେ ରାଜ୍ୟ ମିଡିଆ ସେଲ୍ ଅଧ୍ୟକ୍ଷ କରିଥିଲେ। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାନରେ ପଟୱାରୀ ବିଜେପି ପ୍ରାର୍ଥୀ ମଧୁ ବର୍ମାଙ୍କ ଠାରୁ ରାଉ ଆସନରେ ହାରି ଯାଇଥିଲେ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସ ମଧ୍ୟପ୍ରଦେଶରେ ନୂଆ ଆରମ୍ଭ କରିବା ମୁଡରେ ରହିଛି। ସେଥିପାଇଁ କମଲନାଥଙ୍କ ବଦଳରେ ପଟୱାରୀଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି।

author

Related Articles

Leave a Reply

Your email address will not be published. Required fields are marked *