ସୁରଟ ଏୟାରପୋର୍ଟର ନୂଆ ବିଲ୍ଡଂ ଉଦଘାଟନ କଲେ ପିଏମ ମୋଦୀ

ଗୁଜୁରାଟରେ ମୋଦୀଙ୍କ ବିଶାଳ ରୋଡ ସୋ । ଗୁଜୁରାଟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରଟର ଏୟାର ପୋର୍ଟର ନୂଆ ବିଲ୍ଡିଂ ଉଦଘାଟନ କରିଛନ୍ତି । ଏହାକୁ ନେଇ ଚର୍ଚ୍ଚା ବଢିଛି । ଏହା ଆମେରିକାର ପ୍ରତିରକ୍ଷା ବିବାଗର କାର୍ଯ୍ୟାଳୟଠାରୁ ମଧ୍ୟ ବଡ ଅଫିସ । ଯାହାକି ଏବେ ବିଶ୍ୱର ସବୁଠୁ ବଡ ଅଫିସ୍ ହେବାର ଗୌରବ ଅର୍ଜନ କରିଛି । ଆଜି ଏହି ‘ସୁରଟ ଡାଇମଣ୍ଡ ବୋର୍ସ’ର ଲୋକାର୍ପଣ କରିଛନ୍ତି ପିଏମ୍ ମୋଦୀ ।  160 କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ବିଲ୍ଡିଂ । ଯାହାକି ସୁରଟ ଏୟାରପୋଟକୁ ଏକ ନୂଆ ରୂପ ଦେଇଛି । ଖାଲି ସେତିକି ନୁହେଁ, ଏହି ଏୟାରପୋର୍ଟକୁ ଏବେ ଅନ୍ତର୍ଜାତୀୟ ମାନ୍ୟତା ମଧ୍ୟ ମିଳିଛି । ଅନ୍ୟପଟେ ୩୪୦୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସୁରଟ ଡାଇମଣ୍ଡ ବୋର୍ସକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବିଲ୍ଡିଂଟି ୩୫.୫୪ ଏକରରେ ନିର୍ମାଣ କରାଯାଇଛି । ଏହି ସ୍ଥାନ ଏବେ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିବ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *