ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ; ବିରୋଧୀଙ୍କୁ କଡା ଜବାବ ଦେଲେ ପ୍ରଧାନମନ୍ତ୍ରୀ

ଥମୁନି ଜମ୍ମୁକଶ୍ମୀରରୁ ଧାରା ୩୭୦ ରଦ୍ଦ କରିବାକୁ ନେଇ ବିବାଦ। ବିରୋଧୀମାନେ ବାରମ୍ବାର ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ସେପେଟେ ଧାରା ୩୭୦କୁ ନେଇ ବର୍ତ୍ତମନ ସୁପ୍ରିମକୋର୍ଟର ରାୟ ଆସି ସାରିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାପରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।


‘ବ୍ରହ୍ମାଣ୍ଡର କୌଣସି ବି ଶକ୍ତି ଆଉ ଧାରା ୩୭୦କୁ ଫେରାଇ ଆଣି ପାରିବ ନାହିଁ।’ ନିକଟରେ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ଦେଶରେ ଦୁଇଟି ବିଧାନସଭା କାର‌୍ୟ୍ୟ ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଏହା ଉପରେ ମୋହର ମାରିଛନ୍ତି। ରାଜନୀତି ଅପେକ୍ଷା ଜମ୍ମୁ-କଶ୍ମୀର ଓ ଲଦାଖର ଲୋକଙ୍କ ପାଇଁ ଧାରା ୩୭୦ ରଦ୍ଦ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଜମ୍ମୁ କଶ୍ମୀରରେ ବିକାଶ ଏବଂ ସେଠାରେ ଥିବା ଲୋକଙ୍କ ସହଜ ଜୀବନ ପାଇଁ ଏହା ଆବଶ୍ୟକ ଥିଲା ବୋଲି ମୋଦି କହିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *