ବ୍ୟାପିବାରେ ଲାଗିଛି ଡାଇରିଆ, ଉତ୍କଟ ହେଉଛି ସ୍ଥିତି

ବ୍ୟାପିବାରେ ଲାଗିଛି ଡାଇରିଆ, ଉତ୍କଟ ହେଉଛି ସ୍ଥିତି । ରାଉରକେଲାରେ ଝାଡାବାନ୍ତି ନେଲା ଆଉ ଏକ ଜୀବନ । ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହେଲାଣି । ସ୍ଥିତି ଅନୁଧ୍ୟାନ ପାଇଁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶକ୍ରମେ ୪ ଜଣିଆ ଡାକ୍ତରୀ ଟିମ୍ ରାଉରକେଲାରେ ପହଞ୍ଚିଛନ୍ତି । ଡିସେମ୍ବର ୧୦ ତାରିଖରୁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଝାଡାବାନ୍ତିରେ ୨୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଉରକେଲା ସରକାରୀ ହସ୍ପିଟାଲରେ ଶତାଧିକ ରୋଗୀ ଭର୍ତ୍ତି ହୋଇଛନ୍ତି ।


ରାଉରକେଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ଆତଙ୍କ ଦେଖିବାକୁ ମିଳିଛି । ଏହି ସମୟରେ ବେଡ୍ ନଥିବାରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ । ଏ ସବୁ ପଛର ମୂଳ କାରଣ ହେଉଛି ଦୂଷିତ ପାଣି । ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ୍ ମାରିଛନ୍ତି ସରକାର । ବିଜ୍ଞାପନ ଓ ପ୍ରଚାରରେ ସୀମିତ ଯୋଜନା ପରେ ଯୋଜନା କରି ଦେଉଥିବାର ଡିଣ୍ଡିମ ପଛର ବାସ୍ତବତା ରାଉରକେଲାରୁ ସାମ୍ନାକୁ ଆସିଛି ।

author

Related Articles

Leave a Reply

Your email address will not be published. Required fields are marked *