ପାକିସ୍ଥାନ ଆଇଏସଆଇ ସହ ଲିଙ୍କରେ ଥିଲା ବୁଖାରୀ

ଓଡିଶାର ଯାଜପୁରରେ ଗିରଫ ହୋଇଥିବା କାଶ୍ମୀର ଆତଙ୍କବାଦୀକୁ ନେଇ ବଢୁଛି ସସପେନ୍ସ । ସୟଦ ଇଶାନୀ ବୁଖାରୀର ଘଟଣାରେ ଏସଟିଏଫ ଛାନଭିନକୁ ଜୋରଦାର କରିଛି । ଏସଟିଏଫ୍ ଆଜି ବୁଖାରୀକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଣ୍ଟଙ୍କ ସହ ୱାଟସଆପରେ ଚାଟିଂ କରୁଥିଲା ଏହି ସନ୍ଦିଗ୍ଧ । ଖୁବଶୀଘ୍ର ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରିବ ଏସଟିଏଫ । ଜାମିନ ନାମଞ୍ଜୁର ହେବା ପରେ ବୁଖାରୀକୁ ରଗଡି ଜେଲକୁ ପଠାଇ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *