କାର ଧକ୍କାର ଶିକାର ହେଲେ ଜିଓ ବାଇଡେନ ଓ ତାଙ୍କ ପତ୍ନୀ !

ଦୁର୍ଘଟଣାରୁ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି । ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ ଓ ତାଙ୍କ ପତ୍ନୀଙ୍କ କାରକୁ ଧକ୍କା ଦେଇଛି ଏକ ଏସୟୁଭି କାର । ବିଳମ୍ବିତ ରାତିରେ ଡେଲାୱେରର ୱିଲମିଙ୍ଗଟନରେ ଏହି ଦୁର୍ଘଟଣା ଘଟିଛି । ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ତାଙ୍କ କାର ଧକ୍କାର ଶିକାର ହୋଇଛି । ବାଇଡେନ ଏବଂ ତାଙ୍କ ପତ୍ନୀ ସୁରକ୍ଷିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାରି କିଛି କ୍ଷତି ହୋଇ ନାହିଁ । ଦୁର୍ଘଟଣା ପରେ ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେନ୍ସିମାନେ ଧକ୍କା ଦେଇଥିବା ଡ୍ରାଇଭରକୁ ବନ୍ଧୁକ ଦେଖାଇଥିଲେ । ଏବେ ତାଙ୍କୁ ପଚରାଉଚରା ଚାଲିଛି । ତେବେ ବାଇଡେନଙ୍କ କାର ଧକ୍କା ପଛରେ କାହାର ଷଡଯନ୍ତ୍ର ତାହାକୁ ନେଇ ଦ୍ୱନ୍ଦ ଲାଗିଛି । ଏବଂ ଏହାର ତଦନ୍ତ କରୁଛନ୍ତି ସର୍ଭିସ ଏଜେନ୍ସିମାନେ ।

author

Related Articles

Leave a Reply

Your email address will not be published. Required fields are marked *