ଲୋକପ୍ରିୟ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ

ଲୋକପ୍ରିୟ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ । ୭୨ ବର୍ଷ ବୟସରେ ହୃଦଘାତରେ ଚାଲିଗଲା ଜୀବନ । ବଲିଉଡ ଏବଂ ଭୋଜପୁରୀ ପ୍ରସିଦ୍ଧ ଅଭିିନେତା ବ୍ରିଜେଶ । ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବଲିଉଡରେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଗତ ୪୬ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଥିଲେ ବ୍ରିଜେଶ ତ୍ରିପାଠୀ । ହିନ୍ଦୀ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ବେଶ୍ ମନ କିଣିଥିଲେ । କୁହାଯାଉଛି ଯେ, ସେ ଦୁଇ ସପ୍ତାହ ପୂବରୁ ଡେଙ୍ଗୁରେ ପିଡୀତ ଥିଲେ । ଏହା ପରେ ତାଙ୍କୁ ମେରୁଟର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ସେ ମୁମ୍ବାଇ ଫେରିଥିଲେ । ଗତକାଲି ରାତିରେ ହଠାତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବ୍ରିଜେଶ । ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *