ମନ୍ଦିରରେ ବୁଲାଇଦେଲେ କଳାକନା, ତାଲା ଭାଙ୍ଗି ନେଇଗଲେ ଲୁଟେରା

ମନ୍ଦିରକୁ ଛାଡିଲେନି ଚୋର । ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସନ୍ଥିଆ ସ୍ଥିତ ମଦନମୋହନ ଓ ଗୋବିନ୍ଦଜୀଉ ମନ୍ଦିରରୁ ଚୋରି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ଚୋରି ହୋଇଛି । ସନ୍ଥିଆ ସନ୍ଥିଆ ସ୍ଥିତ ମଦନ ମୋହନ ମନ୍ଦିର ଓ ଗୋବିନ୍ଦଜୀଉ ମନ୍ଦିରରୁ ଲୁଟ୍‌ ହୋଇଛି। ଦୁଇଟି ମନ୍ଦିରର ତାଲା ଭାଙ୍ଗି ମନ୍ଦିରର ହୁଣ୍ଡି ଵାକ୍ସ ନେଇଯାଇ ଦୂରରେ ଥିବା ଵିଲରେ ପକାଇଛନ୍ତି। ସଵୁ ବେଳେ ଚଳଚଞ୍ଚଳ ଥିବା ମନ୍ଦିରରେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ସକାଳୁ ସକାଳୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତଦନ୍ତ ପରେ ହିଁ ଲୁଟ୍‌ ସଂପର୍କରେ ସବିଶେଷ ତଥ୍ୟ ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *