ଚୀନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ

ଚୀନରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ

ଚୀନରେ ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା। କେନ୍ଦ୍ରସ୍ଥଳରେ ଭୂକମ୍ପ ତୀବ୍ରତା ୬.୧ ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬.୨ ମ୍ୟାଗ୍ୟୁଚ୍ୟୁଡର ଝଟକା ଲାଗିଛି। ଲୋକମାନେ ଘରେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଶତାଧିକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲା। ଉଦ୍ଧାରକାରୀ ଟିମ୍ ପହଞ୍ଚି ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

author

Related Articles

Leave a Reply

Your email address will not be published. Required fields are marked *