ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ଅଭିନେତ୍ରୀ କଙ୍ଗନା ରଣାୱତ !

ନିର୍ବାଚନ ଲଢିବେ ଅଭିନେତ୍ରୀ କଙ୍ଗନା ରଣାୱତ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ମୈଦାନକୁ ଓହ୍ଲାଇବେ କଙ୍ଗନା । ଏ ସମ୍ପର୍କରେ ଦୀର୍ଘ ଦିନ ଧରି ନୀରବ ରହିବା ପରେ ମୁହଁ ଖୋଲିଲେ କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ନେଇ ନିର୍ବାଚନ ଲଢ଼ିବା ନେଇ ଲଗାତାର ଚର୍ଚ୍ଚା ଚାଲିଆସୁଥିବାବେଳେ ଏବଂ ଏନେଇ ସ୍ପଷ୍ଟ କରିଛନ୍ତି କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ ।

କଙ୍ଗନାଙ୍କ ବାପା ସ୍ପଷ୍ଟ କରିଛନ୍ତି ଯେ , କଙ୍ଗନା ରାଣାୱତ ଲୋକସଭା ନିର୍ବାଚନ ଲଢୁଛନ୍ତି । ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ ବୋଲି ସେ କହିଛନ୍ତି।
କଙ୍ଗନା ଦୁଇ ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କୁଲ୍ଲୁ ସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ପରେ ତାଙ୍କ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି।

author

Related Articles

Leave a Reply

Your email address will not be published. Required fields are marked *