ହୋର୍ଡିଂ ଲଗାଇ ଫାଇନ ଭରିଲା ବିମଲ କମ୍ପାନୀ

ଜୋରିମାନା ଭରିଲା ବିମଲ ପାନ ମସଲା କମ୍ପାନୀ । ନିଜର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ଲଗାଇଥିଲା । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା ଲଗାଇଛି । ଏହି କମ୍ପାନୀର ଅଫିସ ଭୁବନେଶ୍ୱର ଜୟଦେବ ବିହାରରେ ହୋଇଥିବାବେଳେ ବିନା ଅନୁମତିରେ ସହିଦନଗର ରାସ୍ତା ଉପରେ ବିଜ୍ଞାପନ ହୋର୍ଡିଙ୍ଗ ଲଗାଇଥିଲା । ବିଏମସିର ନଜରକୁ ଏହା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

କମ୍ପାନୀ ଗତ ୧୧ ତାରିଖରୁ ବିଜ୍ଞାପନ ତୋରଣ କରିଅଛି । ସଂପୃକ୍ତ କମ୍ପାନୀ ଉପରେ ୫ ଲକ୍ଷର ଜୋରିମାନା ଧାର୍ଯ୍ୟ କରାଯିବା ସହ ଥାନାରେ ମାମଲା ଦାୟର ହୋଇଛି । ଭୁବନେଶ୍ୱର ମହାନଗର ନିଗମର ବିନା ଅନୁମତିରେ ପୋଷ୍ଟର,ବ୍ୟାନର ଲଗାଇବା ଦଣ୍ଡନୀୟ ଅପରାଧ ହେତୁ ଫାଇନ ଭରିଛି ବିମଲ ପାନ ମସଲା କମ୍ପାନୀ ।

author

Related Articles

Leave a Reply

Your email address will not be published. Required fields are marked *