ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ସ୍ମାର୍ଟ ସିଟି ରାଉରକେଲାରେ ବିଗିଡିବାରେ ଲାଗିଛି । ଇସ୍ପାତନଗରୀରେ ହଇଜା ବ୍ୟାପିବାରେ ଲାଗିଛି । ସେଠାକୁ ଯାଇ ହଇଜା ସ୍ଥିତି ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ । ଧୀରେ ଧୀରେ ଅବସ୍ଥା ନିୟନ୍ତ୍ରଣକୁ ଆସୁଥିବାର ସେ ସୂଚନା ଦେଇଛନ୍ତି । ୧୫ ଦିନ ପରେ ରୋଗୀଙ୍କ ସଂଖ୍ୟା କମୁଥିବା କିଛିଟା ଆଶ୍ୱସ୍ତି ଆଣିଛି । ସେପଟେ ରାଉରକେଲାରେ ପହଁଚିଛନ୍ତି ଏସସିବିର ୪ଜଣିଆ ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ । ଏହି ଟିମ୍ ମଧ୍ୟ ପରିସ୍ଥିତର ସମୀକ୍ଷା କରିବେ । ବର୍ତମାନ ସୁଦ୍ଧା ହଇଜା ଯୋଗୁଁ ୧୦ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

author

Related Articles

Leave a Reply

Your email address will not be published. Required fields are marked *