ଆଜି ରାଜ୍ୟସଭାରେ ଆଗତ ହେବ ନୂଆ ଆଇନ ବିଲ୍

ଆଜି ରାଜ୍ୟସଭାରେ ଆଗତ ହେବ ନୂଆ ଆଇନ ବିଲ୍ । ଗତକାଲି ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ
ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟସଭାରେ ପାରିତ ହେଲେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ । ତା ପରେ ଏହା ଆଇନରେ ପରିଣତ ହେବ । ଏଥିସହ ବ୍ରିଟିଶ୍ ଅମଳର ଇଣ୍ଡିଆନ୍ ପେନାଲ୍ କୋଡ୍-ଓଚଉ, କୋଡ୍ ଅଫ୍ କ୍ରିମିନାଲ୍ ପ୍ରସିଜ୍ୟୋର-ଉଜଚଉ ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟରେ ବିରାମ ଲାଗିବ । ଗତକାଲି ଏହି ବିଲ୍ ଲୋକସଭାରେ ପାସ୍ ହେବା ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ବ ଏବଂ ରାଷ୍ଟ୍ରହିତ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ । ଯେପରି ଧାରା ୩୭୦ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଆଉ ତାକୁ ହଟାଗଲା, ସେହିପରି ବ୍ରିଟିଶ୍ ଆଇନକୁ ବି ହଟାଯାଇଛି ବୋଲି ସେ ଦୋହରାଇଛନ୍ତି ।ନୂତନ ବ୍ୟବସ୍ଥା ଅନୁଯାୟୀ, ଲିଖିତ ଏତଲା ଦେବାର ତିନି ଦିନ ମଧ୍ୟରେ ୠଓଜ ପଞ୍ଜିକୃତ ହେବ ।

author

Related Articles

Leave a Reply

Your email address will not be published. Required fields are marked *