ଏଣିକି ରାତି ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଏଣିକି ରାତି ଡ୍ରାଇଭରଙ୍କୁ ମିଳିବ ମାଗଣା ଚା । ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ଚା ପରଷିବେ ରାସ୍ତା କଡରେ ଥିବା ଢାବା ଏବଂ ହୋଟେଲ । କେବଳ ଚା ନୁହେଁ ନିଦ ଛଡାଇବା ଏବଂ ବିଶ୍ରାମ ପାଇଁ ସେହି ହୋେଟେଲ ବା ଢାବାରେ ଆଶ୍ରୟ ନେଇପାରିବେ ଡ୍ରାଇଭର । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ରାଜ୍ୟରେ ସଡକ ଦୁର୍ଘଟଣାରେ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି ଓଡିଶା । ଏଭଳି କିଛି ତଥ୍ୟ ବିଧାନସଭା ଶୀତ ଅଧିବେସନରେ ଉପସ୍ଥାପନା କରାଯାଇଥିଲା । ଯାହାର ଉତ୍ତର ରଖିଥିଲେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ । ଡ୍ରାଇଭରଙ୍କ ରାତ୍ରି ଅନିଦ୍ରା କାରଣରୁ ଭୋର ସମୟରେ ସେମାନଙ୍କ ଆଖି ଲାଖିଯାଏ । ଯାହା ଫଳରେ ଦୁର୍ଘଟଣା ଘଟିଥାଏ । ତେବେ ଏହାକୁ ରୋକିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ତେବେ ମାଗଣା ଚା ପାଇଁ ଜିଲ୍ଲା ସ୍ତରରେ ହୋଟେଲ ବା ଢାବା ଚିହ୍ନଟ ହେବ । ଚା ବାବଦକୁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ପରିବାହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *