ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ଗୁରୁବାର ଆୟକର ବିଭାଗ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଚଢାଉ କରିଥିଲେ ।  ଚଢାଉ ପରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ । ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ବିପୁଳ ସମ୍ପତି ଠାବ କରିଥିଲା ଭିଜିଲାନ୍ସ । ଅଧ କେଜି ସୁନା, ଆକାଉଂଟରେ ୧ କୋଟି ୩୭ ଲକ୍ଷ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ଏହାସହ ୧ଲକ୍ଷ ୨୧ ହଜାର ଟଙ୍କାର ନଗଦ ମଧ୍ୟ ଜବତ ହୋଇଛି । ଏହା ସହ ଗୋଟିଏ ୪ ଚକିଆ ଗାଡ଼ି ମଧ୍ୟ ଜବତ କରାଯାଇଥିଲା । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ରେଡ୍ ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *