ଦେଶରେ ହୁ ହୁ ହୋଇ ବଢୁଛି କରୋନା

ପୁଣିଥରେ ରାଜ୍ୟରେ କରୋନା ମହାମାରୀକୁ ନେଇ ଚିନ୍ତାରେ ଦେଶବାସୀ । ଦିନକୁ ଦିନ କେରଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କେବଳ ଭାରତ ନୁହେଁ ସାରା ବିଶ୍ୱରେ ମାମଲା ଜଟିଳ ହେଲାଣି । ବିଶ୍ୱରେ ଗୋଟିଏ ମାସରେ କୋଭିଡ କେସ୍ ୫୨ ପ୍ରତିଶତ ବଢ଼ିଛି । ଏହି ସମୟ ଭିତରେ ବିଶ୍ୱରେ ସାଢ଼େ ୮ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଛି । ଗତ ମାସ ତୁଳନାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ କମିଛି । ସାରା ବିଶ୍ୱର ଗତ ମାସରେ କୋଭିଡରେ ୩ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ବିଶେଷକରି କୋଭିଡର ନୂଆ ଭାରିଏଣ୍ଟ ଜେଏନ ଡଟ୍ ୱାନ ଏବେ ଚିନ୍ତା ବଢ଼ାଇଛି । ଏବେ ଏହି ପ୍ରଜାତିକୁ ନୀରିକ୍ଷଣରେ ରହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡକୁ ନଇ ଭୟଭୀତ ନହୋଇ ବରଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । କେରଳ ସହ ମହାରାଷ୍ଟ୍ର, ଗୋଆ, ତାମିଲନାଡୁରେ ମଧ୍ୟ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି ।

author

Related Articles

Leave a Reply

Your email address will not be published. Required fields are marked *