କ୍ରମାଗତ ତୃତୀୟ ଥର ପାଇଁ କେଜ୍ରିୱାଲଙ୍କୁ ଇଡ଼ି ସମନ୍; ହାଜର ନହେଲେ…

କେଜ୍ରିୱାଲଙ୍କ ପିଛା ଛାଡୁନି ଇଡି ଭୂତ । କ୍ରମାଗତ ସମନ୍ ପରେ ଋଊ ରେ ହାଜର ହେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ତାଙ୍କୁ ତୃତୀୟ ଥର ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁଇ ଦୁଇଥର ହାଜିରା ଟାଳିବା ପରେ, ପୁଣି ସମନ୍ ହୋଇଛି ।

ଜାନୁଆରୀ ୩ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ କୁହାଯାଇଛି । ନଭେମ୍ବର ୨ ଏବଂ ଡିସେମ୍ବର ୨୧ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ହେଲେ ଏହି ସମନକୁ ଅସ୍ପଷ୍ଟ, ଉଦ୍ଦେଶ୍ୟମୂଳକ ଓ ବେଆଇନ ଦର୍ଶାଇ ହାଜର ହୋଇନାହାନ୍ତି କେଜ୍ରିୱାଲ । ଯଦି ଆପ୍ ମୁଖ୍ୟ ଏଥର ହାଜର ନହୁଅନ୍ତି, ତା’ହେଲେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି କରିପାରେ ଇଡି । ଏହି ବିକଳ୍ପ ଇଡି ପାଖରେ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *