କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ କମ୍ପାନୀ । ଖବର ପ୍ରକାଶ ପାଇବା ପରେ କର୍ମଚାରୀମାନଙ୍କୁ ଏକ ପ୍ରକାର ଝଟକା ଲାଗିଛି । ୩୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଗୁଗୁଲ । ଚଳିତ ବର୍ଷ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ‘ଗୁଗଲ୍’ ଆହୁରି ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି। ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ଜାନୁଆରି ମାସରେ କହି ଶେଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ‘ଗୁଗଲ୍’ ଛଟେଇ କରିଥିଲା। ‘ଆଲ୍ଫାବେଟ୍’ ମାଲିକାନାରେ ଥିବା ‘ଗୁଗଲ୍’ ତା’ର ବିଜ୍ଞାପନ ବା ‘ଆଡ୍ ସେଲ୍ସ୍ ୟୁନିଟ୍’କୁ ପୁର୍ନବ୍ୟବସ୍ଥିତ କରିବ ବୋଲି କୁହାଯାଉଛି ।
You can share this post!
author