ଘଣ୍ଟାଏ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ,ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ

ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ ଦାଣ୍ଡରେ ଏକାଠି ହୋଇଛନ୍ତି । ଆଜି ରବିବାର ଓ କାଲି ବଡଦିନ ହୋଇଥିବାରୁ ଶ୍ରୀମନ୍ଦିର ପ୍ରବଳ ଗହଳି ରହିଛି । କିନ୍ତୁ ଏହି ପରିପ୍ରେକ୍ଷୀରେ ଘଣ୍ଟାଏ ପର୍ଯ୍ୟନ୍ତ ବନ୍ଦ ରହିଛି ମହାପ୍ରଭୁଙ୍କ ଦର୍ଶନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବାର ଦେଖିବାକୁ ମିଳିଥିଲା । ସେଥିପାଇଁ ଚାଲିଛି ମହାପ୍ରଭୁଙ୍କ ମହାସ୍ନାନ । ଜଣେ ଶ୍ରଦ୍ଧାଳୁ ଆଘାତ ଯୋଗୁ ରକ୍ତ ପଡିଥିବା ଅନୁମାନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *